କରୋନାଭାଇରସ୍ ଜୀବାଣୁର ଏକ ବୃହତ ପରିବାର ଯାହାକି ସାଧାରଣ ଥଣ୍ଡା ଠାରୁ ଆରମ୍ଭ କରି ଅଧିକ ଗୁରୁତର ରୋଗ ଯେପରିକି ମଧ୍ୟ ପୂର୍ବ ଶ୍ଵାସକ୍ରିୟା ସିଣ୍ଡ୍ରୋମ (MERS) ଏବଂ ଗୁରୁତର ତୀବ୍ର ଶ୍ଵାସକ୍ରିୟା ସିଣ୍ଡ୍ରୋମ (SARS) ଭଳି ରୋଗ ସୃଷ୍ଟି କରିଥାଏ |
ଚାଇନାର ୱୁହାନରେ ୨୦୧୯ ରେ ଏକ ନୂତନ କରୋନାଭାଇରସ୍ (COVID-19) ଚିହ୍ନଟ ହୋଇଥିଲା | ଏହା ଏକ ନୂତନ କରୋନାଭାଇରସ୍ ଯାହା ପୂର୍ବରୁ ମଣିଷମାନଙ୍କଠାରେ ଚିହ୍ନଟ ହୋଇନଥିଲା|
ଏହି ପାଠ୍ୟକ୍ରମ COVID-19 ଏବଂ ଉଦୀୟମାନ ଶ୍ଵାସ ସମ୍ବନ୍ଧୀୟ ଜୀବାଣୁ ଗୁଡିକ ବିଷୟରେ ଏକ ସାଧାରଣ ପରିଚୟ ପ୍ରଦାନ କରେ
ଏବଂ ମିଳିତ ଜାତିସଂଘ, ଆନ୍ତର୍ଜାତୀୟ ସଂଗଠନ ଏବଂ ଏନଜିଓରେ କାର୍ଯ୍ୟ କରୁଥିବା ଜନସ୍ୱାସ୍ଥ୍ୟ ବୃତ୍ତିଗତ, ଘଟଣା ପରିଚାଳକ ଏବଂ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ |
ଦୟାକରି ଧ୍ୟାନ ଦିଅନ୍ତୁ ଯେ ବର୍ତ୍ତମାନର ମାର୍ଗଦର୍ଶନକୁ ପ୍ରତିଫଳିତ କରିବା ପାଇଁ ଏହି ପାଠ୍ୟକ୍ରମର ବିଷୟବସ୍ତୁ ବର୍ତ୍ତମାନ ସଂଶୋଧିତ ହେଉଛି | ଆପଣ ନିମ୍ନଲିଖିତ ପାଠ୍ୟକ୍ରମରେ ନିର୍ଦ୍ଦିଷ୍ଟ COVID-19 ସମ୍ବନ୍ଧୀୟ ବିଷୟଗୁଡ଼ିକ ଉପରେ ଅଦ୍ୟତନ ସୂଚନା ପାଇପାରିବେ:
ଟୀକାକରଣ: COVID-19 ଟିକା ଚ୍ୟାନେଲ
IPC ମାପ: COVID-19 ପାଇଁ IPC
ଆଣ୍ଟିଜେନ୍ ଦ୍ରୁତ ନିଦାନ ପରୀକ୍ଷା: 1) SARS-CoV-2 ଆଣ୍ଟିଜେନ୍ ଦ୍ରୁତ ନିଦାନ ପରୀକ୍ଷା; 2) SARS-CoV-2 ଆଣ୍ଟିଜେନ୍ RDT କାର୍ଯ୍ୟକାରିତା ପାଇଁ ମୁଖ୍ୟ ବିଚାର
ଦୟାକରି ଧ୍ୟାନ ଦିଅନ୍ତୁ: ଏହି ସାମଗ୍ରୀଗୁଡିକ ଶେଷ 16/12/2020 ରେ ଅଦ୍ୟତନ କରାଯାଇଥିଲା
ଏହି ପାଠ୍ୟକ୍ରମ ନିମ୍ନଲିଖିତ ଭାଷାରେ ମଧ୍ୟ ଉପଲବ୍ଧ:
English - français - Español - 中文 - Português - العربية - русский - Türkçe - српски језик - فارسی - हिन्दी, हिंदी - македонски јазик - Tiếng Việt - Indian sign language - magyar - Bahasa Indonesia - বাংলা - اردو - Kiswahili - አማርኛ - Hausa - Tetun - Deutsch - Èdè Yorùbá - Asụsụ Igbo - ਪੰਜਾਬੀ - isiZulu - Soomaaliga - Afaan Oromoo - دری - Kurdî - پښتو - मराठी - Fulfulde- සිංහල - Latviešu valoda - తెలుగు - Esperanto - ภาษาไทย - chiShona - Kreyòl ayisyen - Казақ тілі - தமிழ் - Ελληνικά
ସାରାଂଶ: ଏହି ପାଠ୍ୟକ୍ରମ ମାଧ୍ୟମ ରେ ଶ୍ଵାସ ସମ୍ବନ୍ଧୀୟ ଜୀବାଣୁ ଏବଂ ନୂତନ କରୋନା ଭାଇରସ ବିଷୟ ରେ ସାଧାରଣ ସୂଚନା ଦିଆଯାଇଛି। ଏହି ପାଠ୍ୟକ୍ରମ ର ସମପୃକ୍ତି ପରେ ଆପଣ ନିମ୍ନଲିଖିତ ସୂଚନା ଜାଣିପାରିବେ:
ଏହି ପ୍ରସଙ୍ଗରେ ଆଗକୁ ସାହାଯ୍ୟ କରିବାକୁ ପ୍ରତ୍ୟେକ ମଡ୍ୟୁଲ୍ ସହିତ ଉତ୍ସ ଗୁଡ଼ିକ ସଂଲଗ୍ନ କରାଯାଇଛି।
ଶିକ୍ଷା ଉଦ୍ଦେଶ୍ୟ: ଉଦୀୟମାନ ଶ୍ଵାସ ସମ୍ବନ୍ଧୀୟ ଜୀବାଣୁ ର ମୌଳିକ ନୀତି ଗୁଡିକ ଜାଣିବା ଏବଂ ଏହି ସଂକ୍ରମଣ ପାଇଁ ପ୍ରଭାବଶାଳୀ ପ୍ରତିକ୍ରିୟା ବର୍ଣ୍ଣନା କରିବା ।
ପାଠ୍ୟକ୍ରମର ଅବଧି: ପ୍ରାୟ 3 ଘଣ୍ଟା |
ପ୍ରମାଣପତ୍ର: ଏକ ରେକର୍ଡ ଅଫ୍ ଆଚିଭମେଣ୍ଟ ସାର୍ଟିଫିକେଟ୍ ଅଂଶଗ୍ରହଣକାରୀଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ସମସ୍ତ କୁଇଜ୍ ମଧ୍ୟରେ ଉପଲବ୍ଧ ମୋଟ ପଏଣ୍ଟଗୁଡିକର ଅତିକମରେ 80% ସ୍କୋର କରନ୍ତି | ଅଂଶଗ୍ରହଣକାରୀମାନେ ଯେଉଁମାନେ ଏକ ରେକର୍ଡ ଅଫ୍ ଆଚିଭମେଣ୍ଟ ଗ୍ରହଣ କରନ୍ତି ସେମାନେ ମଧ୍ୟ ଏହି ପାଠ୍ୟକ୍ରମ ପାଇଁ ଏକ ଓପନ୍ ବ୍ୟାଜ୍ ଡାଉନଲୋଡ୍ କରିପାରିବେ | କିପରି ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ |
Emerging respiratory viruses, including COVID-19: methods for detection, prevention, response and control, 2020 କୁ ଓଡିଆ ଭାଷାରେ ଅନୁବାଦ କରାଯାଇଛି | ଏହି ଅନୁବାଦର ବିଷୟବସ୍ତୁ କିମ୍ବା ସଠିକତା ପାଇଁ WHO ଦାୟୀ ନୁହେଁ। ଇଂରାଜୀ ଏବଂ ଓଡିଆ ଭାଷା ଅନୁବାଦ ମଧ୍ୟରେ କୌଣସି ଅସଙ୍ଗତି ହେଲେ, ମୂଳ ଇଂରାଜୀ ସଂସ୍କରଣ ବାଧ୍ୟତାମୂଳକ ଏବଂ ପ୍ରାମାଣିକ ସଂସ୍କରଣ ଭାବେ ଗ୍ରହଣ କର ଯାଇ ପାରିବ |
WHO ଦ୍ଵାରା ଏହି ଅନୁବାଦ ଯାଞ୍ଚ କରାଯାଇ ନାହିଁ | ଏହି ଉତ୍ସ କେବଳ ଶିକ୍ଷାଗତ ଉଦ୍ଦେଶ୍ୟ ପାଇଁ ଉଦ୍ଦିଷ୍ଟ |